ମୁଖ୍ୟ ଖବର

ଅନ୍ୟ ରାଜ୍ୟକୁ ତରଭୁଜ ଚାଲାଣ କରୁଛନ୍ତି ପାଲଲହଡ଼ା ଚାଷୀ

By Biswaranjan Pattnaik

April 08, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ାର ପିବିଡ଼ିଏ ଅଞ୍ଚଳରେ ଉନ୍ନତ ପ୍ରଣାଳୀରେ ତରଭୁଜ ଚାଷ କରି ସେ ଅଞ୍ଚଳର ଚାଷୀ ମାନେ ଏବେ ବେଶ ଲାଭବାନ ହେଉଛନ୍ତି ଯାହା କି ଜିଲ୍ଲାର ଅନ୍ୟ ଚାଷୀ ମାନଙ୍କୁ ପ୍ରେରଣା ଦେଉଚି। ପାଲଲହଡ଼ାର ବନ୍ଧାଣଭୁଇଁ ପଞ୍ଚାୟତ ଜମାରଡ଼ିହି ଗାଁର ଚାଷୀ ମାନେ ଉନ୍ନତ ମାନର ତରଭୁଜ ଚାଷକରି କିଲୋ ପିଛା ୧୨ ଟଙ୍କା ଦରରେ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ବେପାରୀଙ୍କୁ ବିକି ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି। ସେହିଭଳି ସଇଡ଼ା ପଞ୍ଚାୟତର କନ୍ତାଳ ଗାଁର ଚାଷୀମାନେ କଲିକତାକୁ ତରଭୁଜ ଚାଲାଣ କରି ବେଶ ଲାଭବାନ ହୋଇଛନ୍ତି। ଏହି ତରଭୁଜ ଚାଷ ପାଇଁ ଜିଲ୍ଲା କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଏହି ଚାଷୀ ମାନଙ୍କୁ ସବୁପ୍ରକାର ସୁବିଧା ଯୋଗାଇ ଦିଆ ଯାଇଥିଲା ।