ଅନୁଗୁଳ: ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀ ପକ୍ଷରୁ ଏକ ଫେସନ ସୋ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏହି ଫେସନ ସୋ କୁ ସ୍କୁଲର ସମ୍ପାଦିକା ଜ୍ୟୋତି ଗୋହିଲ ଓ ପ୍ରିନ୍ସିପାଲ କଳିଙ୍ଗ ରୁଦ୍ର ପଣ୍ଡା ପ୍ରତିଷ୍ଠାତା ହେମନ୍ତ ଗୋହିଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ସୋ ର ଶୁଭାରମ୍ଭ କରିଥିଲେ। ଫେସନ ସୋ ର ଫାଇନାଲ ରାଉଣ୍ଡକୁ ଆଠ ଜଣ ଛାତ୍ର ଛାତ୍ରୀ ଉନ୍ନୀତ ହୋଇଥିଲେ। ସ୍କୁଲର ଏକାଡେମୀକ ରେକର୍ଡ, ବେଶ ପରିଧାନ, ମଞ୍ଚରେ କ୍ୟାଟୱାକ ସାଙ୍ଗକୁ ବୁଦ୍ଧିମତ୍ତା ପରୀକ୍ଷଣ ପାଇଁ ପ୍ରଶ୍ନଉତ୍ତର ରାଉଣ୍ଡକୁ ଭିତ୍ତି କରି ସଫଳ କୁନି ମଡେଲ ଚୟନ କରାଯାଇଥିଲା। ଏହି ଫେସନ ସୋ ବାଳିକା ବିଭାଗରେ ସିନିଅର କେଜିର ଅର୍ପିତା ସାହୁ ମିସ ଲିଟିଲ ହାର୍ଟସ ବିବେଚିତ ହୋଇଥିବା ବେଳେ ପ୍ରିସି ଅଗ୍ରୱାଲ ପ୍ରଥମ ରନର ଅପ,ଅନ୍ୱେଶା ଚୌଧୁରୀ ଦ୍ଵିତୀୟ ରନର ଅପ ଓ ଶ୍ରୀନିକାବର୍ମା ତୃତୀୟ ରନର ଅପ ହୋଇଥିଲେ।ସେହିଭଳି ବାଳକ ବିଭାଗରେ ଜୁନିଅର କେଜିର ଧୃବିତ ପରିଜା ମାଷ୍ଟର ଲିଟିଲ ହାର୍ଟସ ଭାବେ ପୁରସ୍କୃତ ହୋଇଥିବା ବେଳେ ଶୁଭ ଅଗ୍ରୱାଲ ପ୍ରଥମ ରନର ଅପ, ରାଜଶେଖର ସାହୁ ଦ୍ଵିତୀୟ ରନର ଅପ ଓ ସ୍ୱାଭିମାନ ମହାପାତ୍ର ତୃତୀୟ ରନର ଅପ ହୋଇଥିଲେ।
ପ୍ରତ୍ୟୁଷା ଅମାନ୍ତ,ପରମଜିତ କାଉର ଓ ଇତେଶ୍ୱରୀ ଝଝେରିଆ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ସ୍କୁଲ ସମ୍ପାଦିକା ଜ୍ୟୋତି ଗୋହିଲ ଓ ପ୍ରିନସପାଲ କଳିଙ୍ଗରୁଦ୍ର ପଣ୍ଡା ମିସ ଓ ମାଷ୍ଟର ଅଫ ଲିଟିଲ ହାର୍ଟସ ବିଜେତାଙ୍କୁ ରୌପ୍ୟ ମୁକୁଟ ପିନ୍ଧାଇ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସହକାରୀ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।