ମୁଖ୍ୟ ଖବର

ଫାଷ୍ଟଫୁଡ୍ ଦୋକାନୀ ବିକୁଛନ୍ତି ବିଷ

By Biswaranjan Pattnaik

March 02, 2021

ଅନୁଗୁଳ: ଅନୁଗୁଳ ସହରରେ ଏବେ ଫାଷ୍ଟଫୁଡ୍ ଦୋକାନ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି।ପୌରପାଳିକା ମଧ୍ୟରେ ଶତାଧିକ ଫାଷ୍ଟଫୁଡ଼ ଦୋକାନ ଅଛି।ସେଥିରୁ ଅନେକଙ୍କର ଫୁଡ଼ ଲାଇସେନ୍ସ କି ଟ୍ରେଡ଼ ଲାଇସେନ୍ସ ନାହିଁ। ବିରିୟାନି, ରୋଲ, ମଂଚୁରିୟାନ,ଚିଲି ଆଇଟମ ନାଁ ରେ ଶସ୍ତା ନକଲି ସସ,ରଙ୍ଗ ଓ ଅନ୍ୟାନ୍ୟ ମସଲା ବ୍ୟବହାର କରୁଛନ୍ତି। ସେହିଭଳି ନିମ୍ନମାନର ପନିର ଜିଲ୍ଲା ବାହାରୁ ଆସୁଛି। ବାହାର ବଜାରର ଏସବୁ ନକଲି ସାମଗ୍ରୀ ବିନା ବାଧାରେ ସହରକୁ ଆସୁଥିବା ବେଳେ ଜଗିବାକୁ କେହିନାହିଁ।ଖାଦ୍ୟ ନିରାପତ୍ତା ବିଭାଗ ଥରେ ଅଧେ ବୁଲି ପଳାଇଲା ପରେ ଦୋକାନୀଙ୍କ ଆଉ ଡର ନାହିଁ। ଏହି ଖାଦ୍ୟ ସେବନ ଦ୍ୱାରା ବହୁ ଲୋକ ରୋଗରେ ପଡ଼ୁଛନ୍ତି।ଏସବୁ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।