ଘଟଣା ଓ ଦୁର୍ଘଟଣା

ବୋହୂର ତଣ୍ଟିଚିପି ହତ୍ୟା ପାଇଁ ଉଦ୍ୟମ, ଶାଶୁ ନାଁରେ ଏତଲା ଦେଲେ ଝିଅର ବାପଘର

By Sanjeeb Biswal

September 23, 2022

ଅନୁଗୁଳ/ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ଥାନା ଅନ୍ତର୍ଗତ ପାତ୍ରପଡାରେ ପାରିବାରିକ କଳହକୁ ନେଇ ବୋହୂର ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଛି ଶାଶୁ। ଗୁରୁତର ଅବସ୍ଥାରେ ବୋହୂକୁ ମେଡିକାଲରେ ଆଡମିଟ୍ କରାଯାଇଛି।

ସୂଚନା ମୁତାବକ, ପାତ୍ରପଡ଼ାର ସୁଲୋଚନା ମାଝୀ ଓ ତାଙ୍କ ସାନ ବୋହୂ ମାମାଲି ସାହୁଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ତ ଓ ମାରପିଟ୍ ଲାଗେ। ଏନେଇ ଉଭୟେ ଅନେକ ଥର ଥାନାର ଦ୍ୱାରସ୍ଥ ବି ହୋଇଛନ୍ତି। ପରେ ଆପୋଷ ବୁଝାମଣା ବି କରିଛନ୍ତି। ତେବେ ଆଜି ପୁଣି ଥରେ ଶାଶୁ ଓ ବୋହୂ ମଧ୍ୟରେ ଝଗଡ଼ା ଲାଗିଥିଲା। ପରେ କଥା ମାରପିଟ୍ ଯାଏଁ ବି ଯାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶାଶୁ ସୁଲୋଚନା ବୋହୂର ତଣ୍ଟି ଚିପି ଦେଇଥିଲେ। ଫଳରେ ମାମାଲି ଗୁରୁତର ହୋଇ ପଡ଼ିଥିଲେ। ଖବର ପାଇ ମାମାଲିଙ୍କ ବାପ ଘର ଲୋକେ ଆସି ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନସ ଯୋଗେ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏନେଇ ପରିବାର ଲୋକ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।