ମୁଖ୍ୟ ଖବର

ଲକ୍ଷ୍ମୀପୂଜା ଭସାଣି ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଭୁଜାଲି ମାଡ଼ରେ ଜଣେ ଆହତ

By Angul TV Bureau

October 27, 2024

 

ଅନୁଗୁଳ: ଅନୁଗୁଳରେ ଲକ୍ଷ୍ମୀପୂଜା ଭସାଣି ସମୟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଶୋଭାଯାତ୍ରା ବେଳେ କାଞ୍ଚନବଜାର ନିକଟରେ ଜଣେ ଯୁବକଙ୍କୁ ଭୁଜାଲି ମାଡ଼ ହୋଇଛି। ଏଥିରେ ଖଲାରିର ଜୁଲୁ ସାହୁ(୩୨) ଆହତ ହୋଇଛନ୍ତି। ସେ ଭସାଣି ଶୋଭାଯାତ୍ରାରେ ଯାଉଥିବା ସମୟରେ କିଛି ଅଜଣା ଯୁବକ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ପିଠିକୁ ଭୁଜାଲି ଚୋଟ ପକାଇଥିଲେ।

ଏହି ଘଟଣାକୁ ନେଇ ଭସାଣିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୋଲିସ କିଛି ଯୁବକଙ୍କୁ ଉଠାଇ ନେଇଛି। ଆହତ ଯୁବକ ଏନେଇ ଟାଉନ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି