ଘଟଣା ଓ ଦୁର୍ଘଟଣା

ସ୍ତ୍ରୀ ଓ ଶଳାଙ୍କ ମାଡ଼ରେ ଭିଣୋଇ ଗୁରୁତର, ଥାନାରେ ଦେଲେ ଏତଲା

By Sanjeeb Biswal

July 29, 2023

ଛେଣ୍ଡିପଦା:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନାର ପୁଟଗାଡିଆ ଗ୍ରାମରେ ଶଳା ଓ ସ୍ତ୍ରୀଙ୍କ ମାଡ଼ରେ ଭିଣୋଇ ଗୁରୁତର ହୋଇଥିବା ନେଇ ଶନିବାର ଜରପଡା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସୂଚନା ମୁତାବକ, ନିଶା ଶିଳ୍ପାଂଚଳ ଥାନା ଅନ୍ତର୍ଗତ ନିଶାପୁରିଆବାହାଳ ଗ୍ରାମର ଚନ୍ଦନ ସାଏ(୫୮) ଜରପଡ଼ା ଥାନା କୋରଡା ପଞ୍ଚାୟତ ପୁଟଗାଡିଆ ଗ୍ରାମର ସମ୍ପର୍କୀୟ ଦ୍ରୁପଦ ସିଂହ(୪୧)ଙ୍କ ଘରକୁ ଗତ ଶୁକ୍ରବାର ସନ୍ଧ୍ୟାରେ ଆସିଥିଲେ। ତାପରେ ଚନ୍ଦନ ସାଏଙ୍କ ସ୍ତ୍ରୀ ମିନତୀ ସାଏ(୪୨)ଓ ତାଙ୍କ ବଡ଼ ବାପାଙ୍କ ପୁଅ ଦ୍ରୃପଦ ପୂର୍ବ ଯୋଜନା ଅନୁଯାୟୀ ଚନ୍ଦନଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ଗୋଇଠା ମାରି ତଳେ ପକାଇ ରାସ୍ତାରେ ଘୋଷାଡି କ୍ଷତାକ୍ତ କରିଥିଲେ। ଚନ୍ଦନ ଚିକିତ୍ସିତ ହେବା ପରେ ଜରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଜରପଡା ଥାନା କେସନଂ ୨୩୬/୨୩ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।