ଘଟଣା ଓ ଦୁର୍ଘଟଣା

ଦେଢ଼ଶୁର ଟାଙ୍ଗିଆ ମାଡ଼ରେ ଭାଇ ବୋହୂ ଗୁରୁତର, ଜମିବାଡ଼ି ବିବାଦ ଥିବା ସୂଚନା

By Angul TV Bureau

April 25, 2023

ବଇଣ୍ଡା: କିଶୋରନଗର ବ୍ଲକ ହଣ୍ଡାପା ଥାନା ପାପସରା ଗ୍ରାମରେ ସୋମବାର ଭାଇ ବୋହୂକୁ ଆକ୍ରମଣ କରିଛି ଦେଢ଼ଶୁର।

ଭାଇବୋହୂ ଦମୟନ୍ତୀ ସାହୁଙ୍କୁ ତାଙ୍କ ଦେଢ଼ଶୁର ଧ୍ରୁବଚରଣ ସାହୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏନେଇ ହଣ୍ଡପା ଥାନାରେ ସୋମବାର ଦମୟନ୍ତୀଙ୍କ ଭାଇ ବାବୁଲି ସାହୁ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ୧୦୩/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ସୂଚନା ଅନୁସାରେ, ଉଭୟଙ୍କ ପରିବାରରେ ପୂର୍ବରୁ ଜମି ବାଡ଼ି ସମସ୍ୟାକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ସୋମବାର ଦମୟନ୍ତୀ ବାଡ଼ିରେ ପାଣି ମଡ଼ାଉଥିବା ବେଳେ ଧ୍ରୁବଙ୍କ ପତ୍ନୀ ଦଇ ସାହୁଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଧ୍ରୁବ ଘରେ ରଖିଥିବା ଟାଙ୍ଗିଆ ଆଣି ଦମୟନ୍ତୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଦମୟନ୍ତୀ ଏବେ ହସ୍ପିଟାଲରେ ଚିକିତ୍ସିତ ଥିବା ବେଳେ ଧ୍ରୁବ ଫେରାର ଥିବା ଜଣାଯାଇଛି।