ଘଟଣା ଓ ଦୁର୍ଘଟଣା

ଧାନ ବିକ୍ରି ପାଇଁ ଲଙ୍କାକାଣ୍ଡ, ବୋହୂର ପନିକି ଚୋଟରେ ଶାଶୁ ଗୁରୁତର

By Sanjeeb Biswal

December 17, 2022

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ଡଙ୍ଗାପାଳରେ ବୋହୂର ପନିକି ଚୋଟରେ ଶାଶୁ ଗୁରୁତର ହୋଇଛନ୍ତି। ଗୁରୁତର ଶାଶୁ ହେଲେ ଡଙ୍ଗାପଳର ଚତୁରୀ ସାହୁ।

ସୂଚନା ମୁତାବକ, ଚତୁରୀ ସାହୁଙ୍କ ବୋହୂ ତାଙ୍କ ଅମଳ ଧାନକୁ ବାହାରେ ବିକ୍ରି କରିବା ପାଇଁ ଘରୁ ନେଉଥିବା ବେଳେ ଶାଶୁ ଚତୁରୀ ବାରଣ କରିଥିଲେ। କିନ୍ତୁ ବୋହୂ ଶାଶୁଙ୍କ କଥାକୁ ନ ମାନି ବିକ୍ରି କରିବା ପାଇଁ ଧାନ ବାହାର କରିଥିଲେ। ଏହି କଥାକୁ ନେଇ ଶାଶୁ ବୋହୂ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବୋହୂ ପାଖରେ ପଡ଼ିଥିବା ପନିକିରେ ଶାଶୁଙ୍କୁ ଆକ୍ରମଣ କରିଥିଲେ। ବୋହୂର ପନିକି ଚୋଟରେ ଶାଶୁ ଗୁରୁତର ହୋଇଛନ୍ତି। ଶାଶୁଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ତୁରନ୍ତ ଆସି ତାଙ୍କୁ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ କାନରେ ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ତେବେ ଏ ନେଇ ଛେଣ୍ତିପଦା ଥାନାରେ କୌଣସି ଅଭିଯୋଗ ହୋଇନ ଥିବା ପୋଲିସ କହିଛି।