ଘଟଣା ଓ ଦୁର୍ଘଟଣା

ପୁଅ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ଦେଲେ ବାପା-ମା’

By Angul TV Bureau

July 28, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ ପୁଅ ଆକ୍ରମଣ କରିଥିବା ନେଇ ବାପା ଓ ମା’ ଜରପଡ଼ା ଥାନାରେ ମାମଲା ରୁଜୁ କରିଛନ୍ତି।

ସୂଚନା ମୁତାବକ, ଦୁର୍ଗାପୁର ଗ୍ରାମର ରଞ୍ଜନ କୁମାର ସାହୁ ଗତ ୨୭ ତାରିଖ ଅପରାହ୍ନ ୩ଟା ବେଳେ ତାଙ୍କ ମା’ ରେଣୁବାଳା ସାହୁଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ପିନ୍ଧା ଲୁଗାରେ ବେକକୁ ଚିପି ଧରି ଘୋଷାଡି ଘୋଷାଡି ମାରପିଟ କରିଥିଲେ। ପୂର୍ବରୁ ବି ବହୁବାର ସେ ବାପା ଦୁଃଶାସନ ସାହୁଙ୍କୁ ମାରପିଟ କରିଛନ୍ତି। ଏନେଇ ରେଣୁବାଳା ଜରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ୨୩୪/୨୩ରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।