ମୁଖ୍ୟ ଖବର

ବାକି ନ’ ଦେବାରୁ ଚା’ ଦୋକାନୀକୁ ଛୁରା ମାଡ଼

By Biswaranjan Pattnaik

November 08, 2024

ଅନୁଗୁଳ: ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡ ମାରୱାଡ଼ି ଯୁବ ମଞ୍ଚ ପାଣି ଟାଙ୍କି ନିକଟରେ ଜଣେ ଚା’ ଦୋକାନୀଙ୍କୁ ଗୁରୁବାର ରାତି ପ୍ରାୟ ୧୦ ଟା ସମୟରେ ଛୁରା ମାଡ଼ ହୋଇଛି।

ଧୀରେନ ନାୟକ ନାମକ ଜନୈକ ଶାକସୀଙ୍ଗାର ଯୁବକ ଉକ୍ତ ପାଣି ଟାଙ୍କି ନିକଟରେ ଚା’ ଦୋକାନ କରିଛନ୍ତି। ଗତକାଲି ରାତି ପ୍ରାୟ ୧୦ ଟା ବେଳକୁ ସେ ଦୋକାନ ବନ୍ଦ କରିବାକୁ ଯାଉଥିବା ବେଳେ ଜଣେ ଯୁବକ ଚା,ସିଗାରେଟ ମାଗିଥିଲେ। ଧୀରେନ ଆଗରୁ ବହୁତ୍ ଟଙ୍କା ବାକି ଅଛି ପଇସା ନଦେଲେ ଜିନିଷ ଦେଇ ହେବ ନାହିଁ ବୋଲି କହିବାରୁ ଉତ୍ତ୍ୟକ୍ତ ହୋଇ ଉକ୍ତ ଯୁବକ ଜଣକ ଏକ ଛୁରୀ ବାହାର କରି ଧୀରେନକୁ ଆକ୍ରମଣ କରିଥିଲେ।

ଏଥିରେ ତାଙ୍କ ଦୁଇ ହାତର ଆଙ୍ଗୁଠି ସହ ପିଠିରେ ଆଘାତ ଲାଗିଥିଲା। ଏହା ପରେ ଆକ୍ରମଣକାରୀ ଯୁବକ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଧୀରେନକୁ ଡାକ୍ତରଖାନା ନିଆ ଯାଇଥିଲା। ଏବେ ସେ ବିପଦମୁକ୍ତ ଥିବା ଜଣା ପଡିଛି। ଆଜି ସେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।