ଘଟଣା ଓ ଦୁର୍ଘଟଣା

ଅଜଣା ଯୁବକଙ୍କ ଆକ୍ରମଣରେ ଦୁଇ ଗୁରୁତର

By Angul TV Bureau

August 25, 2024

 

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗାଁରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟାରେ ବଲାସିଂହା ଗାଁର ରବିନ୍ଦ୍ର ବିଶ୍ଵାଳଙ୍କ ପୁଅ ରଞ୍ଜିତ ବିଶ୍ଵାଳ (୩୨) ଏବଂ ତାଙ୍କ ମାଉସୀ ପୁଅ ଛେଳିଆପଡା ଗାଁର ରାକେଶ ପ୍ରଧାନ (୨୮) କାର୍ଯ୍ୟ ସାରି ବଲାସିଂହା ଘରକୁ ଫେରୁଥିବା ବେଳେ ଗାଁ ନିକଟରେ ଚାରି ଜଣ ଯୁବକ ଦୁହିଁଙ୍କୁ ଅଟକାଇ ଥିଲେ। ଏହି ଦୁଇ ଜଣ ନ ଶୁଣିବାରୁ ଜୋରଜବରଦସ୍ତ ଅଟକାଇ ଆକ୍ରମଣ କରିଥିଲେ। ଦୁଇ ଜଣ ଯାକ ଜୀବନ ବିକଳରେ ଘରକୁ ପଳାଇ ଆସିଥିଲେ। ଏ ଘଟଣା ବିଷୟରେ ଘର ଲୋକଙ୍କୁ ଜଣାଇବା ପରେ ସେମାନେ ଦୁଇ ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇ ଥିଲେ। ଚିକିତ୍ସା ପରେ ଦୁଇ ଜଣ ଯାକ ସଦର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।