ଘଟଣା ଓ ଦୁର୍ଘଟଣା

ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଟାଙ୍ଗିଆରେ ଚୋଟେ ପକାଇଲା ଯୁବକ, ହସ୍ପିଟାଲରେ ଭର୍ତ୍ତି

By Angul TV Bureau

December 02, 2024

 

ଅନୁଗୁଳ: ଯୁବକଙ୍କ ଟାଙ୍ଗିଆ ଚୋଟରେ ମହିଳା ଗୁରୁତର। ଆଜି ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରାଧାରମଣପଡ଼ାରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୁରୁତର ମହିଳା ହେଲେ ମୀନା ବେହେରା। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୀନା ବେହେରାଙ୍କୁ ଜଣେ ଯୁବକ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ମୀନା ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହି ଘଟଣା ଘଟାଇ ସାରି ଆକ୍ରମଣକାରୀ ଫେରାର୍ ହୋଇଯାଇଥିବା ଜଣାଯାଇଛି।