ଘଟଣା ଓ ଦୁର୍ଘଟଣା

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

By Angul TV Bureau

June 16, 2021

ଅନୁଗୁଳ: କଣିହାଁ ବ୍ଲକ୍ ସମଲ ଥାନା ଅଞ୍ଚଳରେ ଗତ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି ।ସାଙ୍ଗସାଥୀଙ୍କୁ ଧରି ଶ୍ୱଶୁର ମାରଣାସ୍ତ୍ରରେ ଜ୍ଵାଇଁକୁ ଆକ୍ରମଣ କରିଛି । ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବିଲିଣ୍ଡା ଗ୍ରାମର ସିପୁନ ଗୋଚ୍ଛାୟତ ଅଲୋରୀ ଗ୍ରାମରେ ବିବାହ କରିଥିବା ବେଳେ ବଲାଙ୍ଗୀ ଗ୍ରାମରେ ରହୁଛନ୍ତି। କୌଣସି କାରଣକୁ ନେଇ ଶ୍ୱଶୁର ଘର ଲୋକଙ୍କ ସହ ସିପୁନଙ୍କ ବିବାଦ ରହିଥିଲା। ସୋମବାର ଅପରାହ୍ନରେ ସିପୁନଙ୍କ ଶ୍ୱଶୁର ବାବୁଲି ଗୋଚ୍ଛାୟତ ଓ ତାଙ୍କର କେତେକ ସହଯୋଗୀ ଘରେ ପଶି ସିପୁନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଚିତ୍କାର ଶୁଣି ପାଖପଡ଼ୋଶୀ ଚାଲି ଆସିବାରୁ ସେମାନେ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସିପୁନଙ୍କୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ସିପୁନଙ୍କ ଭାଇ ବୁଦ୍ଧଦେବ ଏ ନେଇ ସମଲ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି।