ଘଟଣା ଓ ଦୁର୍ଘଟଣା

ପଥରରେ ଛେଚି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

By Swagatika Samantray

May 22, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପିପଳବାହାଳ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ପଥରରେ ଛେଚି ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ଶୁକ୍ରବାର ରାତିରେ ଗାଁ ଯାତ୍ରାପଡ଼ିଆ ମହିଳା ସମିତି ଘରେ କିଛି ଯୁବକ ଶୋଇଥିଲେ। ରାତି ପ୍ରାୟ ୧୨ଟା ସମୟରେ ଏକ ପଥରରେ ମାନସ ରଞ୍ଜନ ସାହୁ(୩୨)ଙ୍କ ମୁଣ୍ଡକୁ ଛେଚି ହତ୍ୟା ଉଦ୍ୟମ କରାଯାଇଛି। ଏ ନେଇ ଖବର ପାଇବାପରେ ପରିବାର ଲୋକ ସେଠାରେ ପହଞ୍ଚି ମାନସଙ୍କୁ ଉଦ୍ଧାରକରି ଛେଣ୍ଡିପଦା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଉଦ୍ବେଗ ଜନକ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ନେଇ ମାନସଙ୍କ ଭଉଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।