ଘଟଣା ଓ ଦୁର୍ଘଟଣା

ସାମାନ୍ୟ ବଚସାରୁ ତୁମୁଳକାଣ୍ଡ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

By Angul TV Bureau

May 22, 2024

ଅନୁଗୁଳ: ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ମାଟିଆ ସାହିରେ ସାମାନ୍ୟ ବଚସାକୁ ନେଇ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନା ମୁତାବକ, ପୁରୁଣାଗଡ଼ ମାଟିଆ ସାହି ଗ୍ରାମର ଶରତ ନାଏକଙ୍କ ପୁଅ ମାନସ ନାଏକ(୩୨) ସେହି ଗ୍ରାମର ମାଗତା ନାଏକଙ୍କ ସହିତ କୌଣସି କାରଣରୁ ବଚସା ହୋଇଥିଲା।ବମାନସ ଘର ପାଖରେ ଥିବା ଏକ ଗଛ ମୂଳରେ ଶୋଇଥିବା ବେଳେ ମାଗତା ଏକ ଧାରୁଆ କଟୁରୀରେ ତାଙ୍କୁ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲା। ସେଠାରେ ମାନସ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ।

ଖବର ପାଇ ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାନସଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଡାକ୍ତରଖାନାରେ ମାନସଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।