ଅନୁଗୁଳ: ଆଜି ଅନୁଗୁଳ ୫୫ ନମ୍ୱର୍ ଜାତୀୟ ରାଜପଥରେ ପୁଣି ଦୁଇଟି ମୁଣ୍ଡ ଗଡିଚି।ବେଆଇନ ପାର୍କିଂ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣଙ୍କର ପ୍ରାଣହାନି ଘଟିଛି।ସଦର ଥାନା ଅନ୍ତର୍ଗତ କରଡ଼ା ଗାଡିଆ ତେଲ ଟାଙ୍କି ପାଖରେ ଏହି ଦୁର୍ଘଟଣା ଘଟିଛି ବଡକେରା ପାଖ ଗୁରଙ୍ଗ ଗାଁର ସ୍ବାମୀ ସ୍ତ୍ରୀ ବାଇକ୍ ଯୋଗେ ଅନୁଗୁଳ ହାଟ ଛକ ରେ ଥିବା ଏକ ଘରୋଇ କଲେଜରେ ଅଧ୍ୟୟନରତ ଏକମାତ୍ର ପୁଅକୁ ଭେଟିବାକୁ ଆସୁଥିଲେ। ପ୍ରାୟ ଚାରିଟା ବେଳେ କରଦାଗାଡିଆ ନିକଟରେ ପାର୍କିଂ କରିଥିବା ଏକ ଟ୍ରକକୁ ଅତିକ୍ରମ କରୁଥିବା ବେଳେ ପଛରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ସ୍ବାମୀ-ସ୍ତ୍ରୀଙ୍କ ଗାଡ଼ି ଚଢାଇ ଦେଇଥିଲା।ଧକ୍କା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ମୃତକ ଙ୍କ ନାମ ଅକ୍ଷୟ ବେହେରା (୪୦) ଓ ମମତା ବେହେରା(୩୫)।ଶବ ଦୁଇଟିକୁ ଅନୁଗୁଳ ଡାକ୍ତରଖାନା ନିଆ ଯାଇଛି।ଶବ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି କରାଯାଉଛି।