ଘଟଣା ଓ ଦୁର୍ଘଟଣା

ଚୋରା ଚନ୍ଦନ କାଠ ରଖିବା ଅଭିଯୋଗରେ ବାପା-ପୁଅ ଗିରଫ, ପ୍ରାୟ ୮ ଲକ୍ଷ ଟଙ୍କାର କାଠ ଜବତ

By Angul TV Bureau

August 02, 2025

ଅନୁଗୁଳ: ଚୋରା ଚନ୍ଦନ କାଠ ରଖିବା ଅଭିଯୋଗରେ ବାପା-ପୁଅକୁ ଗିରଫ କରିଛି ପୋଲିସ। ଗିରଫ ବାପା-ପୁଅ ହେଲେ ତାଳଚେର ଥାନା ଅନ୍ତର୍ଗତ ସୁନାଖଣି ଗ୍ରାମର ଭାଗୀରଥି ମହାରଣା ଓ ତାଙ୍କ ପୁଅ ପିଙ୍କୁ ମହାରଣା।

ଉଭୟେ ଚନ୍ଦନ କାଠ ଚୋରି କରି ବେଆଇନ ଭାବେ ବିକ୍ରି ଉଦ୍ଦେଶ୍ୟରେ ରଖିଥିଲେ। ଖବର ପାଇ ସବଇନ୍ସପେକ୍ଟର ତୁଷାରକାନ୍ତ ମହାନ୍ତିଙ୍କ ନେତୃତ୍ଵରେ ଏକ ଟିମ୍ ଯାଇ ସୁନାଖଣି ଗ୍ରାମରେ ଭାଗୀରଥି ମହାରଣାଙ୍କ ଘରେ ଚଢାଉ କରିଥିଲେ। ତାଙ୍କ ଘରୁ ପ୍ରାୟ ୫୧.୪୪୦ କିଲୋଗ୍ରାମର ମୂଲ୍ୟବାନ ଚନ୍ଦନ କାଠ ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୭,୭୧,୦୦୦/-(ସାତ ଲକ୍ଷ ଏକସ୍ତରି ହଜାର ଟଙ୍କା) ହେବ। ପୋଲିସ ଭାଗୀରଥି ମହାରଣା (୫୨) ଓ ତାଙ୍କ ପୁଅ ପିଙ୍କୁ ମହାରଣା (୨୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।