ଘଟଣା ଓ ଦୁର୍ଘଟଣା

ମୋବାଇଲ୍ ଚୋରି ଅଭିଯୋଗରେ ବାପ-ପୁଅ ଗିରଫ

By Angul TV Bureau

July 27, 2022

ଅନୁଗୁଳ: ମୋବାଇଲ୍ ଫୋନ୍ ଚୋରି କରିବା ଅଭିଯୋଗରେ ଜଣେ ଯୁବକ ଓ ତାଙ୍କ ଧରମ ବାପକୁ ଅନୁଗୁଳ ଟାଉନ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ସୁସୁଡ଼ାର ଗିରିଜା ଶଙ୍କର ସ୍ବାଇଁ ଓ ତାଙ୍କ ଧରମ ବାପ ତଥା ବୁଢାପାଳର ବାଙ୍ଗୁରୁ ବେହେରା।

ପୋଲିସ ସୂଚନା ଅନୁସାରେ, ସୌଭାଗ୍ୟନଗରର ସଂଗ୍ରାମ ବେହେରାଙ୍କ ଘରୁ ଦୁଇଟି ଦାମୀ ମୋବାଇଲ୍ ଫୋନ୍ ଚୋରି ହୋଇଯାଇଥିଲା। ଏଥିନେଇ ସେ ଅନୁଗୁଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୩୯୭/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଛାନଭିନ୍ କରି ଅଭିଯୁକ୍ତ ଗିରିଜା ପାଖରେ ପହଞ୍ଚିଥିଲା। ସେ ଏହି ମୋବାଇଲ ଫୋନ୍ ତାଙ୍କ ଧରମ ବାପ ବାଙ୍ଗୁରୁଙ୍କ ଜରିଆରେ ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ପରେ ପୋଲିସ ଉଭୟଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।