ଘଟଣା ଓ ଦୁର୍ଘଟଣା

ଟ୍ରକ୍ ଚାପାରେ ବାପ ପୁଅଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

By Angul TV Bureau

April 22, 2023

ତାଳଚେର : ଆଜି ତାଳଚେର ବଙ୍କାଧରା ଛକ ନିକଟରେ ପୁଣି ଏକ ସଡ଼କ ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ଟ୍ରକ ଚାପାରେ ଉଭୟଙ୍କ ଜୀବନ ଯାଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ଭଣଜା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଲେଖା ହେବ ପର୍ଯ୍ୟନ୍ତ ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ପାରିନଥିବା ବେଳେ ସେମାନେ ସୁନାଖଣି ଅଞ୍ଚଳର ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ତେବେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ତାଳଚେର ସଦର ପୋଲିସ ପହଞ୍ଚି ଛାନଭିନ କରିବା ସହିତ ଲୋକଙ୍କୁ ବୁଝାସୁଝା କରୁଛି।