ମୁଖ୍ୟ ଖବର

ଦୁଇ ପୁଅଙ୍କୁ ବିଷ ପିଆଇଲା ବାପା, ଗୁରୁତର ଅବସ୍ଥାରେ ନାବାଳକ

By Angul TV Bureau

September 19, 2025

ଜରପଡ଼ା: ପାରିବାରିକ କଳହରୁ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁର କାଳୀ ଚରଣ ପ୍ରଧାନ ତାଙ୍କ ଦୁଇ ପୁଅ ବଡ ୧୨ ବର୍ଷ ଓ ଛୋଟ ୮ ବର୍ଷଙ୍କୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ୧୨ଟା ବେଳେ କାଳୀ ଚରଣ ସ୍କୁଲରୁ ପୁଅମାନଙ୍କୁ ଡାକି ନେଇ ବନ୍ତଳା ଥାନା ଅଞ୍ଚଳର ନୂଆକ୍ଷେତା ଜଙ୍ଗଲରେ ଏହି ଘଟଣା ଘଟାଇଥିଲେ। ଗ୍ରାମବାସୀ ଦେଖି ଉଭୟ ନାବାଳକଙ୍କୁ ଉଦ୍ଧାର କରି ପ୍ରଥମେ ବନ୍ତଳା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ବାପା କାଳୀ ଚରଣଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରି ବନ୍ତଳା ଥାନାରେ ହସ୍ତାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ  ଆରମ୍ଭ କରିଛି।