ଅନ୍ୟାନ୍ୟ

ପୁଅ ମୃତ୍ୟୁର ତଦନ୍ତ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧ ବାପା

By Angul TV Bureau

October 21, 2022

ଅନୁଗୁଳ: ପୁଅ ମୃତ୍ୟୁର ତଦନ୍ତ ପାଇଁ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀର ପ୍ରସନ୍ନ ବାରିକ।

ପ୍ରସନ୍ନଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପୁଅ ପଦ୍ମ ଚରଣ ବାରିକଙ୍କର ଗତ ମାର୍ଚ୍ଚ ୧୯ରେ ମୃତ୍ୟୁ ଘଟିଥିଲା। ତାଙ୍କ କହିବାନୁଯାୟୀ ପଦ୍ମଚରଣଙ୍କୁ କିଛି ଲୋକ ମିଶି ଆକ୍ରମଣ କରିବା ସହ ଜୀବନରୁ ମାରି ଦେଇଥିଲେ। କିନ୍ତୁ ଏହି ଘଟଣାକୁ ପୋଲିସ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି ବୋଲି ଦର୍ଶାଇଛି। ଏ ନେଇ ବଅଁରପାଳ ଥାନାରେ ଅଭିଯୋଗ କରିବାରୁ କେହି ଶୁଣି ନଥିଲେ, ଫଳରେ ବାଧ୍ୟ ହୋଇ ସେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଗତ ଏପ୍ରିଲ ୨୦, ଅଗଷ୍ଟ ୧୦ରେ ନ୍ୟାୟ ପାଇଁ ଲିଖିତ ଅଭିଯୋଗ କରିଥିଲେ।

କିନ୍ତୁ ଆଜି ଯାଏଁ ଠିକ୍ ଭାବରେ ନ୍ୟାୟ ନ ମିଳିବାରୁ ସେ ଶୁକ୍ରବାର ପୁଣି ଥରେ ନ୍ୟାୟ ପାଇଁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଇଛନ୍ତି। ଅନ୍ୟପଟେ ଯଥା ଶୀଘ୍ର ଉପରିସ୍ଥ ଅଧିକାରୀଙ୍କୁ ପଠାଇ ତଦନ୍ତ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।