ଘଟଣା ଓ ଦୁର୍ଘଟଣା

ଡାକ୍ତରଖାନାରେ ପଶିଲା ସାପ, ଯିଏ ଯୁଆଡ଼େ ପାରିଲା ଧାଇଁଲା

By Angul TV Bureau

July 24, 2025

ଅନୁଗୁଳ: ଡାକ୍ତରଖାନାରେ ପଶିଲା ସାପ। ଇତଃସ୍ତତ ହୋଇ ଦୌଡ଼ିଲେ ରୋଗୀ ଓ ସମ୍ପର୍କୀୟ। ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।ଗୁରୁବାର ଦିନ ୧୧ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲାଗି ରହିଥିବା ଟ୍ରମା କେୟାର ନିକଟରେ ଲୋକ ଧାଡ଼ିରେ ଛିଡ଼ା ହୋଇଥିଲେ। ହଠାତ ଏକ ନାଗ ସାପ ପାଖରେ ଥିବା ବୁଦା ଭିତରୁ ବାହାରି ଡାକ୍ତରଖାନା ଭିତରକୁ ପଶି ଯାଇଥିଲା। ଲୋକେ ଏହାକୁ ଦେଖି ଛାନିଆ ହୋଇ ଯିଏ ଯୁଆଡ଼େ ପାରିଲେ ଧାଇଁବାରେ ଲାଗିଥିଲେ। ଉପସ୍ଥିତ ସୁରକ୍ଷାକର୍ମୀ ସାପକୁ ନ କାଢ଼ି ଘଟଣାସ୍ଥଳରୁ ପଳାଇଥିବା ଦେଖିବାକୁ ମିଳିଥିଲା।