ମୁଖ୍ୟ ଖବର

ବାଘ ପାଦଚିହ୍ନ କାରଣରୁ ଗ୍ରାମରେ ଆତଙ୍କ

By Angul TV Bureau

October 30, 2025

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳର ସଦାନନ୍ଦପୁର ଗ୍ରାମରେ ବୁଧବାର ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଗ୍ରାମ ନିକଟରେ ଧଣ୍ଡାତୋପା ଜଙ୍ଗଲ ଲାଗି ରହିଛି ଏବଂ ସାତକୋଶିଆ ଜଙ୍ଗଲରୁ ଏକ ବାଘ ମଙ୍ଗଳବାର ରାତିରେ ଗ୍ରାମ ଦେଇ ଯାଇଥିବା ବେଳେ ଗ୍ରାମ ନିକଟରେ ତା’ର ପାଦଚିହ୍ନ ରହିଯାଇଛି। ବୁଧବାର ସକାଳେ ଏହା ଦେଖିବା ପରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିଲେ।

ଖବର ପାଇ ଧଣ୍ଡାତୋପା ବନବିଭାଗର ଏକ ଟିମ୍ ଗ୍ରାମକୁ ଯାଇ ପାଦଚିହ୍ନର ସମୀକ୍ଷା କରିଛନ୍ତି। ଧଣ୍ଡାତୋପା ବନବିଭାଗର ଫରେଷ୍ଟର ଗୌରଚନ୍ଦ୍ର ଦନ୍ତା କହିଛନ୍ତି ଯେ, ଏହା କଲରାପତରିଆ ବାଘର ପାଦଚିହ୍ନ ପରି ଲାଗୁଛି ଏବଂ ବନବିଭାଗ ପକ୍ଷରୁ ତଦନ୍ତ ଚାଲିଛି।