ମୁଖ୍ୟ ଖବର

କୁକୁର ପାଇଁ କଲେଜ ପିଲା ନାକେଦମ

By Biswaranjan Pattnaik

February 13, 2025

ଅନୁଗୁଳ:ଧୂଳି, ଧୂଆଁ, ମଶା ସାଙ୍ଗକୁ ବୁଲା କୁକୁର ଅନୁଗୁଳ ସହରର ଅନ୍ୟତମ ମୁଖ୍ୟ ସମସ୍ୟା। ଏହି ବୁଲା କୁକୁରଙ୍କ ଯୋଗୁଁ ଦୁର୍ଘଟଣା ଘଟିବା ସହ ଅନେକେ କାମୁଡ଼ାର ଶିକାର ହେଉଛନ୍ତି।

ଆଜି କୁକୁର ଯୋଗୁଁ ଅନୁଗୁଳ ସରକାରୀ ମହାବିଦ୍ୟାଳର ଛାତ୍ରଛାତ୍ରୀ ନାକେ ଦମ ହୋଇଥିଲେ। ଯୁକ୍ତ ତିନି ଗଣିତ ବିଭାଗର ପିଲା କୋଠରୀ ଭିତରକୁ ପଶିଲା ବେଳକୁ ଦେଖିଲେ ଗୋଟିଏ କୁକୁର ବେଞ୍ଚ ତଳେ ଶୋଇଛି। ପାଗଳା କୁକୁର ଭାବି ପିଲାମାନେ ହୋ’ ହଲା କରିଥିଲେ। ଅଧ୍ୟାପକ ଆଉ ଗୋଟେ କୋଠରୀକୁ ଯିବାକୁ ଚାହିଁବାରୁ କୁକୁର ତାଙ୍କ ପଛେ ପଛେ ଗଲା, ପିଲା ପୁଣି ଚିଲେଇଲେ। ଶେଷରେ ଅଧ୍ୟାପକ କୁକୁରକୁ ତଡି ଅନ୍ୟ ଏକ କୋଠରୀରେ କ୍ଲାସ କରିଥିଲେ। ସେହିପରି ଏବେ ଖେଳ ପଡିଆ ବା ଅତିଥି ମଞ୍ଚ ଯେଉଁଠି ଦେଖିବ କୁକୁରଙ୍କ ମେଳି। ଆଶ୍ୱାସନାର କଥା ପୌରପାଳିକା ସହ ଜିଲ୍ଲା ପ୍ରାଣୀ ବିଭାଗର ଏକ ସମନ୍ୱୟ ବୈଠକ ହେବ। ଏହାର ନିଷ୍କର୍ଷକୁ ସହର ବାସୀ ଅପେକ୍ଷା କରିଛନ୍ତି।