ମୁଖ୍ୟ ଖବର

ମହୀଧରପୁରରେ ଅଜଣା ଜନ୍ତୁ ଭୟ

By Angul TV Bureau

October 17, 2025

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ମହୀଧରପୁର ଗାଁରେ ଶୁକ୍ରବାର ଏକ ଅଜଣା ଜନ୍ତୁକୁ ଦେଖିବା ପରେ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ବନବିଭାଗ ପହଞ୍ଚି ଜନ୍ତୁକୁ ଠାବ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଦେଖିବା ଲୋକ ଏହାକୁ କଲରାପତରିଆ ବାଘ ବୋଲି ଦାବି କରିଛନ୍ତି।

ସୂଚନା ମୁତାବକ ମହୀଧରପୁର ଶାଳବଣି ସାହିର ଶିବନାରାୟଣ ଜେନା ଶୁକ୍ରବାର ହାଟ ସଉଦା ସାରି ଘରକୁ ଫେରୁଥିବା ସମୟରେ ଶାଳବଣି ଖେଳ ପଡିଆ ରାସ୍ତାରେ ଏକ ଜନ୍ତୁ ତାଙ୍କ ସାମ୍ନାରେ ଦୌଡ଼ି ପଳାଇଥିଲା। ଏହାକୁ ଦେଖି ସେ ସାଇକେଲରୁ ପଡିଯିବା ପରେ ପ୍ରାଣ ବିକଳରେ ଘରକୁ ଧାଇଁଥିଲେ। ଘରେ ପହଞ୍ଚି ସେ ସ୍ଥାନୀୟ ଲୋକଙ୍କୁ ବାଘ କଥା କହିବା ପରେ ଲୋକେ ଆସି ଖୋଜାଖୋଜି କରିଥିଲେ। ବନବିଭାଗ ପହଞ୍ଚି ପାଦ ଚିହ୍ନକୁ ଯାଞ୍ଚ କରିବା ପରେ ଏହା ଏକ ହେଟାବାଘ କିମ୍ବା ଶିଆଳ ବୋଲି ପ୍ରକାଶ କରିଛନ୍ତି।