ଅନ୍ୟାନ୍ୟ

ସାଇନ୍ସ ଷ୍ଟଡି ସେଣ୍ଟର୍ ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

By Angul TV Bureau

June 14, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ବାସନ୍ତୀ ପାଠାଗାର ପରିସରରେ ଅନୁଗୁଳର ଏକ ନମ୍ୱର୍ କୋଚିଙ୍ଗ ଇନଷ୍ଟିଚ୍ୟୁଟ୍ ସାଇନ୍ସ ଷ୍ଟଡି ସେଣ୍ଟର୍ ପକ୍ଷରୁ କୃତି ଛାତ୍ର ଛାତ୍ରୀଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ସଂସ୍ଥାର ନିର୍ଦ୍ଦେଶକ ମଳୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଇନଷ୍ଟିଚ୍ୟୁଟର ଛାତ୍ରୀ ସ୍ଵାତୀ ସାଗରିକା ଆଚାର୍ଯ୍ୟ ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ୫୭୧ ନମ୍ୱର୍ ରଖି ସମଗ୍ର ରାଜ୍ୟରେ ଟପର ବା ଶ୍ରେଷ୍ଠ ସ୍ଥାନ ହାସଲ କରିଥିବାରୁ ତାଙ୍କୁ ବିପୁଳ ସମର୍ଦ୍ଧନା ଦିଆ ଯାଇଥିଲା। ସେହିପରି ଷ୍ଟଡି ସେଣ୍ଟରର ଯେଉଁ ଛାତ୍ର ଛାତ୍ରୀ ମାନେ ପ୍ରତି ବିଷୟରେ ସର୍ବାଧିକ ନମ୍ୱର ରଖିଥିଲେ ସେମାନଙ୍କୁ ଏକ ହଜାର ଟଙ୍କା ଲେଖାଏଁ ପୁରସ୍କୃତ କରାଯାଇଥିଲା। ସ୍ଵାତୀଙ୍କୁ ନଗଦ ସାତ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଥିଲା।

ସେହିଭଳି ଦଶମ ବୋର୍ଡ ପରୀକ୍ଷାରେ ଅନୁଗୁଳର ଛାତ୍ର ଗୌରୀ ଶଙ୍କର ନନ୍ଦ ରାଜ୍ୟରେ ଦ୍ବିତୀୟ ସ୍ଥାନ ହାସଲ କରିଥିବାରୁ ତାଙ୍କୁ ମଧ୍ୟ ଚାରି ହଜାର ଟଙ୍କା ଦେଇ ପୁରସ୍କୃତ କରାଯାଇଥିଲା ସମାରୋହରେ ବରିଷ୍ଠ ଆଇନଜୀବୀ ସରୋଜ ପଟ୍ଟନାୟକ,ବରିଷ୍ଠ ଶିକ୍ଷକ ତଥା ଗୌରିଶଙ୍କରଙ୍କ ପିତା ଅନନ୍ତ ଚରଣ ନନ୍ଦ ଓ ସ୍ୱାତିଙ୍କ ପିତା ଅକ୍ଷୟ କୁମାର ଆଚାର୍ଯ୍ୟ ଏବଂ ସାଇନ୍ସ ଷ୍ଟଡି ସେଣ୍ଟରର ସମସ୍ତ ଅଧ୍ୟାପକ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଅତିଥି ମାନେ ସେଣ୍ଟରକୁ ଜିଲ୍ଲାର ଏକ ନମ୍ୱର୍ କରିବା ପଛରେ ସମସ୍ତ ଅଧ୍ୟାପକଙ୍କ ନିଷ୍ଠା,ଶିକ୍ଷଣ କୌଶଳ,ପ୍ରତି ଛାତ୍ର ବା ଛାତ୍ରୀଙ୍କ ସନ୍ଦେହ ମୋଚନ କ୍ଲାସ ଏବଂ ଅଭିଭାବକଙ୍କ ସହଯୋଗ ଦାୟୀ ବୋଲି ପ୍ରକାଶ କରିଥିଲେ। ସେଣ୍ଟର ମୁଖ୍ୟ ମଳୟ କୁମାର ଦାଶ ସାଇନ୍ସ ଷ୍ଟଡି ସେଣ୍ଟରକୁ ଜିଲ୍ଲାର ସର୍ବଶ୍ରେଷ୍ଠ କୋଚିଙ୍ଗ ଇନଷ୍ଟିଚ୍ୟୁଟ୍ ରୂପେ ଗଢି ତୋଳିବାରେ ତଥା ଛାତ୍ର ଛାତ୍ରୀ,ଅଧ୍ୟାପକ ଏବଂ ଅଭିଭାବକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପାଇଁ ସଂସ୍ଥାର ବରିଷ୍ଠ କର୍ମଚାରୀ ଦେବେନ୍ଦ୍ର ପଣ୍ଡା (ପିଣ୍ଟୁ ଭାଇ)ଙ୍କ ଅବଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିଲେ।