ଅନ୍ୟାନ୍ୟ

ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

By Angul TV Bureau

September 21, 2026

ଅନୁଗୋଳ: ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଗୋଳ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ରାକେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନବନିଯୁକ୍ତ କର୍ମକର୍ତ୍ତାମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପ୍ରଦେଶ କଂଗ୍ରେସ ଉପସଭାନେତ୍ରୀ ସସ୍ମିତା ବେହେରା, ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନ, ପ୍ରଦେଶ ସାଧାରଣ ସମ୍ପାଦିକା ରୂପାଦୀପ୍ତା ମହାପାତ୍ର, ସାଧାରଣ ସମ୍ପାଦକ ବିଜୟ କୁମାର ଚାଉଳିଆ, ସମ୍ପାଦକ ସୁଦୀପ ମିଶ୍ର, ରାଜ୍ୟ ଏସସି ସେଲ ସାଧାରଣ ସମ୍ପାଦକ ଟିକନ ବେହେରା, ଜିଲ୍ଲା ଆଇଏନଟିୟୁସି ସଭାପତି ଦିଗାମ୍ବର ଗଡ଼ନାୟକ, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ନାଥ, ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ନାଏକ, ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିର, ଜିଲ୍ଲା ସମ୍ପାଦକ ଅଲେଖ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।

ବକ୍ତାମାନେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ପଞ୍ଚାୟତ ସ୍ତରରେ ସଂଗଠନକୁ କ୍ରିୟାଶୀଳ କରିବାକୁ ଆହ୍ୱାନ ଦେଇଥିଲେ। ଆସନ୍ତା ସେପ୍ଟେମ୍ବର ୨୬ରେ ହେବାକୁ ଥିବା ସମାବେଶକୁ ସଫଳ କରିବାକୁ ଜିଲ୍ଲା ସଭାପତି କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରିଥିଲେ। ଜିତେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ଲକ ଉପସଭାପତି ସୁଭାଗ୍ୟ ବିଶ୍ୱାଳ, ଦିନେଶ କୁମାର ତ୍ରିପାଠୀ, ବିକାଶ ସାହୁ, ମୂରଲୀଧର ସାହୁ, ସରୋଜ ସାହୁ, ଛକୁଡି ଦେହୁରୀ, ହେମନ୍ତ ମହାଳିକ, ପରୀକ୍ଷିତ ସାହୁ, ବରୁଣ ସାହୁ, ମନ୍ଦରଧର ପ୍ରଧାନ, ସଂଗ୍ରାମ ପ୍ରଧାନ, ଆଲୋକ ଦେହୁରୀ, ଗିରୀଶ ସ୍ୱାଇଁ, ପାର୍ଥସାରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।