ଅନ୍ୟାନ୍ୟ

ଆଦର୍ଶ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

By Biswaranjan Pattnaik

April 02, 2025

ଅନୁଗୁଳ: ଛେଣ୍ଡିପଦା ବ୍ଲକ କୋଶଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଭାଲେଣ୍ଟିନା ଦାଶଙ୍କୁ ନିକଟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ତିନି ଦଶନ୍ଧି ଧରି ଶ୍ରୀମତୀ ଦାଶ ନିଜ ଛାତ୍ରବତ୍ସଳତା,ଶିକ୍ଷାଦାନରେ ଛାତ୍ରଛାତ୍ରୀଙ୍କ ବୋଧଗମ୍ୟତା ଉପରେ ସେ ସବୁବେଳେ ଗୁରୁତ୍ୱ ଦେଇଆସୁଥିଲେ। ସମୟାନୁବର୍ତ୍ତିତା,ସହକାରୀ ଶିକ୍ଷକ ମାନଙ୍କୁ ଶିକ୍ଷାଦାନନେଇ ଅନୁପ୍ରାଣିତ କରିବା, ଗ୍ରାମ୍ୟ ଶିକ୍ଷା କମିଟି ସହଯୋଗରେ ସ୍କୁଲ ର ଭିତ୍ତି ଭୂମି ତଥା ଶିକ୍ଷଣ ବ୍ୟବସ୍ଥା ରେ ଉନ୍ନତି ଆଣିବା ତାଙ୍କ ଲକ୍ଷ୍ୟ ଥିଲା।

ଶ୍ରୀମତୀ ଦାଶ ଅମାୟିକ ବ୍ୟବହାର ଓ ସରଳ ଜୀବନଯାପନ ଶୈଳୀ ଅନ୍ୟମାନଙ୍କୁ ଅନେକାଂଶରେ ପ୍ରଭାବିତ କରିଥିଲା ଏବଂ ତାଙ୍କ ଭଳି ଜଣେ ଆଦର୍ଶ ଶିକ୍ଷୟିତ୍ରୀ ସମସ୍ତଙ୍କ ପାଇଁ ଅନୁକରଣୀୟ ହୋଇ ରହିବେ ବୋଲି ବିଦାୟକାଳୀନ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ପ୍ରକାଶ କରିଥିଲେ।