ଅନ୍ୟାନ୍ୟ

ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

By Biswaranjan Pattnaik

May 31, 2022

ଅନୁଗୁଳ: ନିକଟରେ ଅବସର ନେଇଥିବା ଜିଲ୍ଲାର ବାର ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଳା ଶିକ୍ଷା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସମରୋହରେ ଜିଲ୍ଲାଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମାଜ ଗଠନରେ ଶିକ୍ଷକ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଅବସର ପରେ ମଧ୍ୟ ଶିକ୍ଷକ ମାନେ ଦେଶ ଗଠନରେ ନିଜକୁ ନିୟୋଜିତ କରିପାରିବେ ବୋଲି ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପୂର୍ବତନ ଅନୁଗୁଳ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ଚୈତନ୍ୟ ଆହୁ ପ୍ରକାଶ କରିଥିଲେ। ଅବସର ନେଉଥିବା ଶିକ୍ଷକ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଇପିଇ ପ୍ରଶାନ୍ତ କୁମାର ସିହ୍ନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।