ପ୍ରତିଭା ଓ ବ୍ୟକ୍ତିତ୍ୱ

ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

By Angul TV Bureau

October 11, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଳମଛୁଇଁ ପଂଚାୟତସ୍ଥିତ ମଝିକା ଗ୍ରାମର ଶତାୟୁ ସ୍ବାଧୀନତା ସଂଗ୍ରାମୀ ବଂଶୀଧର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ତାଳଚେର ଫର୍ଟିଲାଇଜର ପକ୍ଷରୁ ବରିଷ୍ଠ ପଦାଧିକାରୀମାନେ ସ୍ବାଧୀନତା ସଂଗ୍ରାମୀ ଶ୍ରୀ ପ୍ରଧାନଙ୍କ ମଝିକାସ୍ଥିତ ବାସଭବନକୁ ଯାଇ ଉତ୍ତରୀୟ, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି କାରାବରଣ କରିଥିଲେ । ୧୦୩ ବର୍ଷରେ ପାଦ ଥାପିଥିବା ଏହି ଶତାୟୁ ସଂଗ୍ରାମୀ ପୂର୍ବରୁ ରାଜ୍ୟପାଳଙ୍କ ଦ୍ବାରା ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ ।