କ୍ରୀଡ଼ା

କୃତି କରାଟେକା ମାନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

By Biswaranjan Pattnaik

January 15, 2023

ଅନୁଗୁଳ: ସ୍ଥାନୀୟ ପିଟିସି ହାଇସ୍କୁଲ ପରିସରରେ ଉତ୍କଳ କ୍ୟୁକସିନ କରାଟେ ସଂଘର କୃତି କରାଟେକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପଶ୍ଚିମବଙ୍ଗର ରାଣିଗଞ୍ଜ ଠାରେ ଆୟୋଜିତ ହୋଇଥିବା ଜାତୀୟ କରାଟେ ଚାମ୍ପିୟାନସିପରେ ଅନୁଗୁଳର ୨୨ ଜଣିଆ ଦଳ ଅଂଶ ଗ୍ରହଣ କରିଥିଲା। ଏହି ପ୍ରତିଯୋଗିତାରେ ଅନୁଗୁଳର ରାହୁଲ କୁମାର ସାହୁ, ପ୍ରଥମ, ସଂଯୁକ୍ତା ରାଜକୁମାରୀ ଓ ଲକ୍ଷ୍ମୀପଦ କର ଦ୍ଵିତୀୟ ଓ ଓଜସ ଆର୍ଯ୍ୟନଙ୍କୁ ୪ର୍ଥ ସ୍ଥାନ ମିଳିଥିଲା। ବିଜୟୀ ଖେଳାଳି ମାନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘ ପକ୍ଷରୁ ସଭାପତି ସୁରଞ୍ଜନ ରାଜକୁମାର, ସମ୍ପାଦକ ବବିନ କୁମାର ଗଡନାୟକ, ଯୁଗ୍ମ ସମ୍ପାଦକ ମନୋଜ ଆଦିତ୍ୟ ଦାସ ଓ ମୁଖ୍ୟ ପ୍ରଶିକ୍ଷକ ସେନସାଇ ବାସୁଦେବ ସାହୁ ପ୍ରମୁଖ ବିଜୟୀ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।