ମୁଖ୍ୟ ଖବର

ସୋଲାର୍‌ କରେଣ୍ଟ ଲାଗି ମାଈ ହାତୀର ମୃତ୍ୟୁ

By Angul TV Bureau

June 03, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡଙ୍ଗାପାଳ ବିଟ୍‌ ନାଳିଆ ସାହିରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ସୋଲାର କରେଣ୍ଟ ଲାଗି ହାତୀର ଜୀବନ ଯାଇଥିବା ନେଇ ସୂଚନା ଦେଇଛି ବନ ବିଭାଗ।

ସୂଚନା ଅନୁସାରେ, ଗତ କିଛି ଦିନ ହେଲା ଅଞ୍ଚଳରେ ଏକ ହାତୀପଲ ବୁଲୁଛନ୍ତି। ସୋମବାର ସନ୍ଧ୍ୟାରେ ଫସଲ ଖାଇବାକୁ ଆସିଥିବା ଏକ ମାଈ ହାତୀ ସୋଲାର ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ଘଟଣାସ୍ଥଳରେ ତା ଜୀବନ ଚାଲିଯାଇଥିଲା। ଖବର ପାଇଁ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଅନ୍ୟପଟେ ହାତୀ ଦାଉରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ସୋଲାର ଫେନସିଙ୍ଗ କରାଯାଉଛି। ଏଭଳିସ୍ଥିତିରେ ସୋଲାର କରେଣ୍ଟ ଲାଗି ହାତୀର କିପରି ମୃତ୍ୟୁ ହେଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।