ଘଟଣା ଓ ଦୁର୍ଘଟଣା

ଶିବ ମନ୍ଦିରରୁ ଚୋରି ଉଦ୍ୟମ ଘଟଣା, ଫେରାର୍ ଅଭିଯୁକ୍ତ ଗିରଫ

By Angul TV Bureau

October 22, 2021

ଅନୁଗୁଳ: ମା’ ବୁଢୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଥିବା ଶିବ ମନ୍ଦିରରୁ ଚୋରି ଉଦ୍ୟମ ଘଟଣାରେ ପୁଲିସ୍ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ଦେବାଶିଷ ବେହେରା(୨୮)। ତା’ର ଘର ଢେଙ୍କାନାଳ ଜିଲ୍ଲା ଟାଉନ୍ ଥାନା ଇଲାକା କାରିଗର ସାହିରେ।ପ୍ରକାଶ ଯେ, ଗତ ମଙ୍ଗଳବାର ରାତିରେ ଦୁଇ ଅଭିଯୁକ୍ତ ବୁଢୀ ଠାକୁରାଣୀ ମନ୍ଦିର ପରିସରରେ ଥିବା ବ୍ରହ୍ମେଶ୍ଵର ଶିବ ମନ୍ଦିରରେ ପହଞ୍ଚି ଫାଟକର ତାଲା ଭାଙ୍ଗିବାକୁ ଉଦ୍ୟମ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ପୂଜିକ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଦୁଇ ଅଭିଯୁକ୍ତ ସ୍କୁଟର ଛାଡ଼ି ଫେରାର୍ ହୋଇଯାଇଥିଲେ। ଏତଲା କ୍ରମେ ପୁଲିସ୍ ବୁଧବାର କାଳିଆକୁ ଗିରଫ କରିଥିବା ବେଳେ ଫେରାର୍ ଅଭିଯୁକ୍ତ ଦେବାଶିଷକୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।