ଅନ୍ୟାନ୍ୟ

୧୫ ଦିନିଆ ବିଦ୍ୟୁତଚାଳିତ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ

By Angul TV Bureau

July 20, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁର ବନାଞ୍ଚଳ ଅଧୀନସ୍ଥ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ମାଧ୍ୟମରେ ଓ ଖଦି ଗ୍ରାମୋଦ୍ୟୋଗ ଆୟୋଗ ସହାୟତାରେ ଚାଲିଥିବା ବିଦ୍ୟୁତ ଚାଳିତ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି।

୧୫ ଦିନ ହେଲା ଏହି ଶିବିର ଚାଲିଥିଲା। ବାମୁର ବନାଞ୍ଚଳର ସହଯୋଗୀ ସଂସ୍ଥା ବିଶ୍ଵ ଯୁବକେନ୍ଦ୍ରର ନିର୍ଦ୍ଦେଶକ ମନୋଜ ମହାପାତ୍ର, ବାମୁର ବନାଞ୍ଚଳ ଅଧିକାରୀ ସ୍ଵାଧୀନ ସାମଲ, ଆଠମଲ୍ଲିକ ବନଖଣ୍ଡର ବୈଷୟିକ ବିଶେଷଜ୍ଞ ଗିରିଜାଶଙ୍କର ଦାଶ, ସଂଯୋଜକ ତାପସ ରଂଜନ କର, ଉନ୍ନୟନ ଅଧିକାରୀ ବିନୀତ ତିର୍କୀ, ଦଳପତି ସୁମିତ ବଳିୟାର ସିଂ ପ୍ରମୁଖ ଯୋଗଦାନ କରିଥିଲେ। ଶିବିରରେ ୭ ଗୋଟି ବନସୁରକ୍ଷା ସମିିତିରୁ ୨୦ ଜଣ ମହିଳା ପ୍ରଶିକ୍ଷାର୍ଥୀ ଭାଗ ନେଇଥିଲେ।