ଘଟଣା ଓ ଦୁର୍ଘଟଣା

ମେଡିକାଲରୁ ଦଲାଲ ଠକିନେଲେ ପନ୍ଦର ଶହ

By Biswaranjan Pattnaik

April 05, 2022

ଅନୁଗୁଳ: ଯେତେ ସଚେତନ କଲେବି ଲୋକେ ସଚେତନ ହେଉନାହାନ୍ତି ଲୋକେ। ସୋମବାର ଅନୁଗୁଳ ସରକାରୀ ମେଡିକାଲରେ ଭର୍ତି ହୋଇଥିବା ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଦଲାଲ ପନ୍ଦର ଶହ ଟଙ୍କା ଠକି ନେଇଥିବା ଜଣା ପଡ଼ିଛି।

ସୂଚନା ଯେ, ଆଠମଲ୍ଲିକ ମଇମୁରା ଗାଁର ଜ୍ୟୋତ୍ସ୍ନା ବେହେରା ରକ୍ତହୀନତା ଯୋଗୁଁ ଅନୁଗୁଳ ମେଡ଼ିକାଲରେ ଭର୍ତି ହୋଇଥିଲେ। ତାଙ୍କ ସମ୍ପର୍କୀୟ ନିରଞ୍ଜନ ପ୍ରଧାନ ରକ୍ତ ଯୋଗାଡ କରିବାକୁ ଯାଇ ଜଣେ ଦଲାଲ ହାବୁଡ଼ରେ ପଡ଼ିଥିଲେ। ଦଲାଲ ଜଣକ ତା’ ନାମ ପ୍ରଶାନ୍ତ ମିର୍ଦ୍ଧା ଓ ସେ ପନ୍ଦର ଶହ ଟଙ୍କା ଦେଲେ ରକ୍ତ ଯୋଗାଡ କରିଦେବ ବୋଲି କହି ଟଙ୍କା ନେବା ପରେ ବ୍ଲଡ଼ ବ୍ୟାଙ୍କରୁ ମାଗଣାରେ ରକ୍ତ କରାଇ ଦେଇଥିଲେ।

ମଙ୍ଗଳବାର ଆଉ ଏକ ୟୁନିଟ ରକ୍ତ ଦରକାର ହେବାରୁ ନିରଞ୍ଜନ ବ୍ଲଡ଼ ବ୍ୟାଙ୍କ୍ ଯାଇ ସେଠାରେ ତାଙ୍କୁ ସୋମବାର ମାଗଣା ବ୍ଲଡ଼ ଦିଆଯାଇଛି ତେଣୁ ଅଧିକା ବ୍ଲଡ଼ ପାଇଁ ରକ୍ତଦାତା ଯୋଗାଡ କରିବାକୁ ପଡ଼ିବ ବୋଲି ଜାଣିବାକୁ ପାଇଥିଲେ। ଏହାପରେ ସେ ଦଲାଲ ଦେଇଥିବା ନମ୍ୱର୍ କୁ ଫୋନ୍ କରିବାରୁ ତାହା ସ୍ଵିଚ ଅଫ ଥିବା ଜଣା ପଡିଥିଲା। ଶେଷରେ ନିରଞ୍ଜନ ଠକାମୀରେ ପଡ଼ିଥିବା ବୁଝି ପାରିଥିଲେ।