ଘଟଣା ଓ ଦୁର୍ଘଟଣା

ଡ଼ାକ୍ତରଖାନାରେ ଫାର୍ମାସିଷ୍ଟ ଓ ଡ୍ରାଇଭର ବାଡ଼ାବାଡ଼ି

By Angul TV Bureau

January 20, 2024

ଅନୁଗୁଳ: ପାର୍କିଂ ସମସ୍ୟାକୁ ନେଇ ଅନୁଗୁଳ ହସ୍ପିଟାଲରେ ଅନେକ ସମୟରେ ଗଣ୍ଡଗୋଳ ଘଟିଆସିଚି। ଆଜି ମଧ୍ୟ ସେଭଳି ଏକ ଘଟଣାର ପୁନରାବୃତ୍ତି ଘଟିଥିଲା। ବନ୍ତଲା ଅଞ୍ଚଳର ଜଣେ ଫାର୍ମାସିଷ୍ଟ ମନୋଜ ଅନୁଗୁଳ ଡାକ୍ତରଖାନାକୁ ଟ୍ରେନିଂ ପାଇଁ ଆସିଥିଲେ। ସେ ନିଜ ଗାଡି ଟିକୁ ଆମ୍ବୁଲାନ୍ସ ଚାଳକଙ୍କ ବିଶ୍ରାମ କକ୍ଷ ସମ୍ମୁଖରେ ରଖିଥିଲେ। ତାଙ୍କୁ ଚିହ୍ନି ନପାରି ସେନାପତି ନାମକ ଚାଳକ ଫାର୍ମାସିଷ୍ଟଙ୍କୁ ଗାଡି ଏଠାରେ କାହିଁକି ରଖୁଚ ବୋଲି ପଚାରି ଥିଲେ। ଏଇ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଏବଂ ପରେ ବାଡା ବାଡି ହୋଇ ତଳେ ଗଡା ଗଡି ହୋଇଥିଲେ।ଲୋକମାନେ ଏସବୁର ଭରପୁର ମଜା ନେଇଥିଲେ।