ଘଟଣା ଓ ଦୁର୍ଘଟଣା

ଟଙ୍କା ହଡ଼ପ ଅଭିଯୋଗରେ ଫାଇନାନ୍ସ ଏଜେଣ୍ଟ ଗିରଫ

By Angul TV Bureau

March 25, 2022

ଅନୁଗୁଳ: ଅନୁଗୁଳ ସହରରେ ଥିବା ଏକ ଫାଇନାନ୍ସ ସଂସ୍ଥାରୁ ମିଛରେ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ପୁଲିସ ଶୁକ୍ରବାର ସଂସ୍ଥାରେ ଜଣେ ଏଜେଣ୍ଟଙ୍କୁ ଗିରଫକରିଛି। ସୂଚନା ଯେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଣ୍ଡୁପୁର ରାସ୍ତାରେ ଗୁରୁବାର ଫାଇନାନ୍ସ ସଂସ୍ଥାରେ ଏଜେଣ୍ଟ ବନ୍ତଳା ଥାନା ଅନ୍ତର୍ଗତ ଚଟିଆଗଜି ଗାଁର ସୁକାନ୍ତ ନାଏକ(୨୨)ଙ୍କଠାରୁ ସଂସ୍ଥା କଲେକ୍ସନ କରାଯାଇଥିବା ୬୦ ହଜାର ଟଙ୍କାକୁ ୨ ଜଣ ଯୁବକ ଛଡ଼ାଇ ନେଇଥିଲେ। ଏ ନେଇ ଫାଇନାନ୍ସ ସଂସ୍ଥାର ଶାଖା ପରିଚାଳକଙ୍କୁ ଫୋନ୍ରେ ଜଣାଇଥିଲେ। ଶାଖା ପରିଚାଳକ ଦିପ୍ତି ପ୍ରସାଦ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜକରି ଘଟଣାର ତଦନ୍ତ କରିଥିଲା। ତଦନ୍ତରୁ ଜଣାଗଲା ଯେ, ସୁକାନ୍ତ ସମସ୍ତ ଟଙ୍କା ପେଟିଏମ୍‌ରେ ଆଣିଥିଲେ। ତେବେ ସଂସ୍ଥାର ଏହି ଟଙ୍କାକୁ ହଡ଼ପ କରିବା ପାଇଁ ଏଖ ମିଛ ଲୁଟ୍ର ନାଟକ ତିଆରି କରିଥିଲେ। ତେଣୁ ପୁଲିସ ସଂସ୍ଥାର ଟଙ୍କା ହଡ଼ପ ଅଭିଯୋଗରେ ଏଜେଣ୍ଟ ସୁକାନ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରି