ଅନ୍ୟାନ୍ୟ

ଲୋକ ଖାଇଲେ ଆଇଁଷ; ତଣ୍ଡ ଗଣିଲେ ଦୋକାନୀ

By Biswaranjan Pattnaik

June 07, 2021

ଅନୁଗୁଳ: ସାପ୍ତାହିକ ସଟଡାଉନକୁ ନ ମାନି ରବିବାର ଅନୁଗୁଳର ଅନେକ ଆଇଁଷ ଦୋକାନୀ ତଣ୍ଡ ଗଣିଥିବା ଜଣାପଡିଛି।କରୋନା ସଂକ୍ରମଣରେ ଜିଲ୍ଲା ଓଡ଼ିଶାରେ ବଦନାମ ମୁଣ୍ଡାଇ ଥିବାବେଳେ ଅମାନିଆ କିନ୍ତୁ ଚେତୁ ନାହାଁନ୍ତି। ନାନା ବାହାନା କରି ଛକ ବଜାରରେ ଚକ୍କର କାଟି ବୁଲୁଥିବା ବେଳେ ଦୋକାନୀ କିଛି ବେଳ ଉଣ୍ଡି ଦୋକାନ ଖୋଲି ପକାଉଛନ୍ତି। ରବିବାର ଦିନ ଆଇଁଷ ରଙ୍କୁଣା ଲୋକେ ଲୁଚିଛପି କିଏ ଦୋକାନୀ ଘରେ ତ କିଏ ଦୋକାନ ପଛ ଦୁଆରେ ଯାଇ ଅଧିଆ ପଡି ଥିଲେ। ଦୋକାନୀ ବେଳ ଦେଖି ଚିକେନ୍ କିଲୋ ଦୁଇ ଶହ, ମଟନ କିଲୋ ସାତ ଶହ ଲେଖାଏଁ ରାମ୍ପି ଥିଲେ।ହେଲେ ପୁଲିସ କୌଣସି ସୂତ୍ରରୁ ଖବର ପାଇ କିଛି ଏଭଳି ଦୋକାନ ଉପରେ ଚଢ଼ାଉ କରି ଫାଇନ କାଟିଥିଲା। ପୁଲିସକୁ ଦେଖି ବିଚରା ଛତ୍ରଭଙ୍ଗ ଦେଇଥବା କିଛି ଆଇଁଶ ରଙ୍କୁଣା ମୁଣ୍ଡ କାନ ଆଉଁସି ଘରକୁ ଫେରିଥିଲେ।