ଅନ୍ୟାନ୍ୟ

ସୋସିଆଲ ମିଡିଆରେ ଜାତି ଆଣ ମନ୍ତବ୍ୟକୁ ବିରୋଧ: ଆମ୍ବେଦକର ଫାଉଣ୍ଡେସନ ତରଫରୁ ଥାନାରେ ଏତଲା

By Angul TV Bureau

December 12, 2023

ଅନୁଗୁଳ: ସୋସିଆଲ ମିଡିଆରେ ଜାତି ଆଣ ମନ୍ତବ୍ୟ ଦେଉଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ ତରଫରୁ ଅନୁଗୁଳ ଥାନାରେ ଏତଲା ଦିଆଯାଇଛି।

ସେମାନଙ୍କ ଅଭିଯୋଗ ମୁତାବକ, କିଛିଦିନ ହେଲା ଜଣେ ବ୍ୟକ୍ତି ଫେସବୁକ ସୋସିଆଲ ମିଡ଼ିଆ ମାଧ୍ୟମରେ ଜାତିଆଣ ଆକ୍ଷେପ କରି ଗାଳି ଦେଉଛି। ଏହା ସେମାନଙ୍କୁ ଅପମାନିତ କରୁଛି। ଏଣୁ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଥାନାରେ ଅଭିଯୋଗ କରାଯାଇଛି।

ଅଭିଯୋଗ ପତ୍ର ଦାଖଲ ସମୟରେ ଫାଉଣ୍ଡେସନର ସମ୍ପାଦକ ପ୍ରଦ୍ୟୁମ୍ନ ନାଏକ, ଲକ୍ଷ୍ମଣ ନାଏକ, ପ୍ରଭାତ କୁମାର ନାଏକ, ବସନ୍ତ ନାଏକ, ଗୟାଧର ନାଏକ ଓ ତାପସ ନାଏକ ଉପସ୍ଥିତ ଥିଲେ।