ମୁଖ୍ୟ ଖବର

କଂଗ୍ରେସକୁ ବଦନାମ କରିବାକୁ ୱେବ ଚ୍ୟାନେଲର ହୀନ ଉଦ୍ୟମ, ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସାଇବର ଥାନାରେ ଏତଲା

By Angul TV Bureau

October 23, 2025

ଅନୁଗୁଳ: କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଏକ ୱେବ ଚ୍ୟାନେଲ ନାଁରେ ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଆଜି ଅପରାହ୍ନରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀ ରାଲିରେ ଯାଇ ଅନୁଗୁଳ ସାଇବର ଥାନାରେ ପହଞ୍ଚିଥିଲେ। ସେଠାରେ କଂଗ୍ରେସ ଦଳ ଓ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ବିରୋଧରେ ବହୁ ଆପତ୍ତିଜନକ ମନ୍ତବ୍ୟ ସହ ତାଙ୍କ ବିଧାୟକ ପୁତ୍ର ନାମରେ ସମ୍ମାନହାନୀ ମନ୍ତବ୍ୟ ଦେଉଥିବାରୁ ଫୋକସ୍ ପ୍ଲସ ନାମକ ଏକ ୱେବ୍ ଚ୍ୟାନେଲରେ ନାଁରେ ଅଭିଯୋଗ କରିଛନ୍ତି। ସଂସ୍ଥାର ସୁଧାଂଶୁ ଶେଖର ରାଉତଙ୍କ ନାମରେ ଏତଲା ଦେଇଥିଲେ। କଂଗ୍ରେସ ନେତାମାନଙ୍କଠାରୁ ସାଇବର ଥାନାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବଲୋଚନ ପଣ୍ଡା ଏତଲା ଗ୍ରହଣ କରିଥିଲେ।

ଅଭିଯୋଗ ପ୍ରଦାନ କରିବା ବେଳେ କଂଗ୍ରେସ ଦଳର ବରିଷ୍ଠ ନେତା ରୂପାଦୀପ୍ତା ମହାପାତ୍ର, ତପନ ପ୍ରଧାନ, ଗୋପାଳ ଚନ୍ଦ୍ର ନାଥ, ଚିତ୍ତରଞ୍ଜନ ନାଏକ, ରାଜକିଶୋର ସାହୁ, ଧର୍ମେନ୍ଦ୍ରନାଥ ମିଶ୍ର, କେଶବ ଭୂତିଆ, ଅମୂଲ୍ୟ ବେହେରା, ବିନୋଦ ମାଝୀ, ସନ୍ତୋଷ ପଟ୍ଟନାୟକ, ସୁଦୀପ ମିଶ୍ର, ସଞ୍ଜୀବ ମାଣ୍ଡୋଠିଆ, ଶୁଭାଶିଷ ମହାପାତ୍ର, ସୁବାସ ସାହୁ, ସୁବ୍ରତ ତ୍ରିପାଠୀ, ଅଳକାରାଣୀ ମହାପାତ୍ର, ରଶ୍ମିରଞ୍ଜନ ସାହୁ, ଗୋପାଳ ପ୍ରଧାନ, ସୁବାସ ଚନ୍ଦ୍ର ରାଉତ, ପ୍ରଫୁଲ୍ଲ ନାଏକ, ସଂଗ୍ରାମ କେଶରୀ କୁଅଁର, ଗୌତମ ବେହେରା, ସଂଗ୍ରାମ ବେହେରା, ଅରୁଣ ଦାସ, ଜଗନ୍ନାଥ ଦେହୁରୀ, ଦେବାଶିଷ ସାହୁ, ବିଜୟ ପ୍ରଧାନ, ସଂଜୀବ ନାଏକ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।