ଘଟଣା ଓ ଦୁର୍ଘଟଣା

ଇସ୍ପିରିଟ୍ ଟୟୋଟା ଶୋ’ ରୁମ୍ ନାଁରେ ଥାନାରେ ଏତଲା, ଗ୍ରାହକଙ୍କୁ ଠକିଥିବା ଅଭିଯୋଗ

By Angul TV Bureau

January 12, 2023

ଅନୁଗୁଳ: ଇସ୍ପିରିଟ୍ ଟୟୋଟା ଶୋ’ ରୁମ୍ ନାଁରେ ଥାନାରେ ଏତଲା ଦେଇଛନ୍ତି ଗ୍ରାହକ। ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ସେ ଫିଲଡ଼ ମୋଟର୍ସ ପ୍ରାଇଭେଟ ଲିମିଟେଡ଼ର ଇସ୍ପିରିଟ୍ ଟୟୋଟା ଶୋ’ ରୁମରୁ ଗାଡି କିଣିଥିଲେ। କମ୍ପାନୀ ମୁତାବକ, ଚାରି ଚକିଆ ଟୟୋଟା ଲିଭା (OD02BE0001) ୨୩ କିଲୋମିଟର ପ୍ରତି ଲିଟର ଆସିବା କଥା। କିନ୍ତୁ ତାଙ୍କ ଗାଡ଼ି ୧୦/୧୨ କିଲୋମିଟର ପ୍ରତି ଲିଟର ଚାଲୁଛି।

ଏ ନେଇ ଅନୁଗୁଳ ସୋରୁମ ଓ କଟକ ସୋରୁମରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କିଛି ଶୁଣିନଥିଲେ। ଇତି ମଧ୍ୟରେ କିଛି ମାସ ଗଡ଼ିଗଲାଣି। ଏହା ପରେ ୨୭/୧୨/୨୦୨୧ ରିଖ ହଠାତ ଗାଡିଟି ଅନୁଗୁଳରେ ଖରାପ ହୋଇଥିଲା। ଏ ନେଇ କମ୍ପାନୀ ହେଡ଼ ଅଫିସ ଓ ସୋରୁମକୁ ଜଣାଇବା ପରେ କମ୍ପାନୀ ଲୋକ ଗାଡ଼ି ମାଲିକ ସନ୍ତୋଷୀ ଦେବୀଙ୍କ ଘରୁ ଗାଡିଟିକୁ ନେଇଥିଲେ। କିନ୍ତୁ ତା ପରଦିନ ୨୮/୧୨/୨୦୨୧ରେ ଗାଡିଟିକୁ ଟୋଚନ କରି ନେଇଯାଉଥିବାର ସେ ଦେଖିଥିଲେ। ଏ ନେଇ ସନ୍ତୋଷୀ ତୁରନ୍ତ କଟକ ସୋରୁମରେ ଉପସ୍ଥିତ ହୋଇ ଏହି ବେନିୟମ କାର୍ଯ୍ୟ ବିଷୟରେ ଅଭିଯୋଗ କରିଥିଲେ। ପରେ କମ୍ପାନୀ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନା କରିବା ପରେ ଗାଡିକୁ ସଜାଡ଼ିବା ପାଇଁ ରଖିଥିଲେ। ତା ପରଦିନ ଅର୍ଥାତ ୨୯/୧୨/୨୦୨୧ ରିଖ ଗାଡିଟିକୁ ସଜାଡି ମାଲିକ ହାତକୁ ହସ୍ତାନ୍ତର କରିବେ ବୋଲି କହିଥିଲେ। ସେଥିପାଇଁ ୫୮୫ ଟଙ୍କାର ଏକ ଖର୍ଚ୍ଚ ତାଲିକା ପ୍ରଦାନ କରିଥିଲେ। କିନ୍ତୁ ଆଜି ଯାଏଁ ଗାଡ଼ି ତାଙ୍କୁ ହସ୍ତାନ୍ତର କରାଯାଇନାହିଁ। ଏ ନେଇ କେହି ନ ଶୁଣିବାରୁ ଶେଷରେ ସନ୍ତୋଷୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଦଫା ୪୦୬ /୩୪ ରେ ସୋରୁମ ମାଲିକଙ୍କ ସହିତ ୮ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।