ମୁଖ୍ୟ ଖବର

ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳିତ, ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ କରାଯିବ ସଚେତନ

By Angul TV Bureau

April 14, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଗ୍ନିଶମ କାର୍ଯ୍ୟାଳୟରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳିତ ହୋଇଛି।

ସୂଚନା ମୁତାବକ, ଆଜି ସକାଳେ ପିଟିସି ଛକ ଠାରେ ଥିବା ଅଗ୍ନିଶମ କାର୍ଯ୍ୟାଳୟରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ସପ୍ତାହ ଡେପୁଟି ଫାୟାର ଅଫିସର ଶୁଭାଶିଷ ମୁଦୁଲିଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି। ଏହି ସପ୍ତାହ ପାଳନ ଆଜି ଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଅନୁଗୁଳ ସହରରେ ଅଗ୍ନିଶମ କର୍ମଚାରୀମାନେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ଅନୁଗୁଳ ଅଗ୍ନିଶମ କର୍ମଚାରୀ ସୁକାନ୍ତ କୁମାର ନାଥ ଏବଂ ଅନୁଗୁଳ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।