ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମଝିକାଠାରେ ଥିବା ଗୁପ୍ତା ପିଭିସି ପାଇପ କାରରଖାନାରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାଯାଇଛି। ସୂଚନା ଅନଯାୟୀ, କାରଖାନା ପରିସରରେ ହଠାତ ନିଆ ଲାଗିଥିଲା। ପ୍ଲାଷ୍ଟିକ ଜିନିଷ ହୋଇଥିବାରୁ ନିଆଁ ହୁହୁ ହୋଇ ଲାଗି କାରଖାନା ଅଞ୍ଚଳକୁ ଗ୍ରାସ କରିଥିଲା। ଖବରପାଇ ଅନୁଗୁଳ ଅଗ୍ନିଶମ ସଂସ୍ଥାର ୩ଟି ଓ ଜେଏସପିଏଲ ର ୨ଟି ଅଗ୍ନି ନିର୍ବାପକ ଯାନ ସେଠାରେ ପହଞ୍ଚି ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଲାଗି ନିଆଁକୁ ଆୟତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହଁ। ଅଗ୍ନିଶମ ବିଭାଗ ତରଫରୁ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ଚାଲିଥିବା ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳ ପ୍ରକାଶ କରିଛନ୍ତି।