ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଧୋବାପାଳ ଗ୍ରାମର ୨ ଚାଷୀଙ୍କ ଧାନ ଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ କଣିହାଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇ ଯାଇଥିଲା।
ସୂଚନା ମୁତାବକ, ଧୋବାପାଳ ଗ୍ରାମର ଦୁଇ ଭାଇ ଚାଷୀ ଭଗବାନ ସାହୁ ଓ ଡିଲେଶ୍ୱେର ସାହୁ ପ୍ରାୟ ୩ହଜାର ଧାନ ବିଡ଼ା ବାନ୍ଧି ଜମି ପାଖଦେଇ ଯାଇଥିବା ପିଚୁ ରାସ୍ତା ଉପରେ ଗଦା କରି ରଖିଥିଲେ। ଗୁରୁବାର ରାତିରେ ହଠାତ ଧାନ ଗଦାରେ ନିଆଁ ଲାଗିଯାଇଥିଲା। ଖବର ପାଇ କଣିହାଁ ଦମକଳବାହିନୀ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ନଷ୍ଟ ହୋଇଯାଇଥିଲା। ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡ଼ିନଥିବା ବେଳେ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ତହସିଲଦାରଙ୍କୁ ନିବେଦନ କରିଛନ୍ତି।