ଘଟଣା ଓ ଦୁର୍ଘଟଣା

ଗ୍ୟାସ୍ ପାଇପ୍ ଲିକ୍ ହୋଇ ଅଗ୍ନିକାଣ୍ଡ: ଜଣେ ମୃତ, ଜଣେ ଗୁରୁତର

By Angul TV Bureau

September 15, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ କଳାବେଡ଼ା ଗାଁରେ ଗ୍ୟାସ୍ ପାଇପ୍ ସଜାଡ଼ିବା ବେଳେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କଳାବେଡ଼ା ଗାଁର ରୋହିତ ପ୍ରଧାନ (୩୦)। ଗୁରୁତର ତରୁଣ ପ୍ରଧାନ (୫୨) ବର୍ତ୍ତମାନ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ସକାଳ ପ୍ରାୟ ୯ଟା ସମୟରେ ଉଭୟେ ଗ୍ୟାସ୍ ପାଇପ୍ ସଜାଡ଼ୁଥିଲେ। ଏହି ସମୟରେ ପାଇପ୍‌ରୁ ଗ୍ୟାସ୍ ଲିକ୍ ହୋଇ ରୋଷେଇ ଘରେ ଗ୍ୟାସ୍ ଜମିଥିଲା। ଲାଇଟ୍‌ର ସୁଇଚ୍ ଅନ୍ କରିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା। ଉଭୟଙ୍କୁ ପ୍ରଥମେ ବୁର୍ଲା ନିଆଯାଇଥିଲା। ପରେ ରୋହିତଙ୍କୁ ରାଉରକେଲା ନିଆଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତରୁଣଙ୍କୁ ବୁର୍ଲାରୁ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।