ଘଟଣା ଓ ଦୁର୍ଘଟଣା

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩୦ ଛେଳି ଜୀବନ୍ତ ଦଗ୍ଧ

By Angul TV Bureau

June 18, 2025

ଅନୁଗୁଳ: ଅନୁଗୁଳ ସହର ନିକଟବର୍ତ୍ତୀ ଖମାର ଗ୍ରାମଦେବୀ ମନ୍ଦିର ନିକଟରେ ବୁଧବାର ମଧ୍ୟାହ୍ନରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଏକ ଛେଳି ଗୁହାଳ ଜଳିଯାଇଛି। ଫଳରେ ପାଖାପାଖି ୩୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ସୂଚନା ମୁତାବକ, ଛେଳିଆପଡ଼ା ଗ୍ରାମର ଅଭୟ ନାଏକ ଖମାର ଗ୍ରାମଦେବୀଙ୍କ ମନ୍ଦିର ପାଖରେ ଝାଟିମାଟି ଘର କରି ରହୁଛନ୍ତି। ସେ ଛେଳି ରଖିଛନ୍ତି। ଆଜି ହଠାତ ସର୍ଟସର୍କିଟ ହୋଇ ତାଙ୍କ ଦୁଇ ବଖରା ରହିବା ଘର, ୨ ଟିଣ ଆଜବେଷ୍ଟସ୍‌ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଗୁହାଳରେ ଥିବା ୩୦ଟି ଛେଳି ପୋଡ଼ି ଯାଇଛନ୍ତି। ଏଥିସହ ଘରେ ଥିବା ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।