ପ୍ରତିଭା ଓ ବ୍ୟକ୍ତିତ୍ୱ

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ୩ ପରିବାରର ୪ ବଖରା ପୋଡ଼ି ପାଉଁଶ, ସାହାଯ୍ୟ କରିବାକୁ ଦାବି

By Angul TV Bureau

May 25, 2023

କିଶୋରନଗର: କିଶୋରନଗର ବ୍ଲକ କଟରଙ୍ଗା ପଞ୍ଚାୟତ ଜାମ୍ବୁଝରୀ ଗାଁରେ ଆଜି ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ୩ଟି ପରିବାରଙ୍କ ୪ ବଖରା ଚାଳ ଘର ପୋଡ଼ିଯାଇଛି। ଫଳରେ ୩ଟି ପରିବାର ସର୍ବସ୍ବାନ୍ତ ହୋଇପଡିଛନ୍ତି। ପ୍ରକାଶ ଯେ ଆଜି ଦିନ ୨ଟା ବେଳେ ବିଦ୍ୟୁତ୍ ସର୍ଟସର୍କିଟରୁ ନିଆ ଲାଗି ଜାମ୍ବୁଝରୀ ଗାଁର ଅଚ୍ୟୁତା ପ୍ରଧାନଙ୍କ ୨ ବଖରା, ତପନ ପ୍ରଧାନ ଓ ଗଗନ ପ୍ରଧାନଙ୍କ ଗୋଟିଏ ଲେଖାଏଁ ଚାଳ ଘର ପୋଡି ପାଉଁଶ ହୋଇଯାଇଛି। ଏଥିସହ ଘରେ ଥିବା ସମସ୍ତ ଧାନ ଚାଉଳ, ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।

ଖବରପାଇ ବାମୁର ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପଟେ ବିପନ୍ନ ପରିବାରଙ୍କୁ ତୁରନ୍ତ ଖାଦ୍ୟ, ବସ୍ତ୍ର ସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି।