ଘଟଣା ଓ ଦୁର୍ଘଟଣା

ସର୍ଟସର୍କିଟରୁ ଅଗ୍ନିକାଣ୍ଡ: ନିଆଁ ଲାଗି ଜଳିଗଲା ୫ ପରିବାରର ଘର

By Angul TV Bureau

April 11, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ଗ୍ରାମ ପଞ୍ଚାୟତର ମାଝୀ ସାହିରେ ଇଲେକ୍ଟ୍ରି ସର୍ଟସର୍କିଟରେରେ ପାଞ୍ଚ ପରିବାରଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି। ଘର ପୋଡ଼ି ଯାଇଥିବା ପରିବାର ମାନେ ହେଲେ ବିଚିତ୍ର ସାମଲଙ୍କ ପୁଅ ବିକାଶ ସାମଲ, ଧୃବ ସାମଲ ଦୁଇ ପୁଅ ଗୋପାଳ ସାମଲ, ଦୁର୍ଯ୍ୟୋଧନ ସାମଲ, ଉଦୟ ମାଝୀଙ୍କ ପୁଅ ପଞ୍ଚୁ ମାଝୀ ଓ ଲକ୍ଷ୍ମୀ ମାଝୀ।

ସୂଚନା ମୁତାବକ, ଗୁରୁବାର ଭୋର୍ ପ୍ରାୟ ୪ ଟାରେ ଇଲେକ୍ଟ୍ରିକ୍ ସର୍ଟସର୍କିଟ ଯୋଗୁଁ ପଞ୍ଚୁନାଥ ମାଝୀଙ୍କ ଘରେ ପ୍ରଥମେ ନିଆଁ ଲାଗିଯାଇଥିଲା। ପରେ ଆଉ ଚାରି ପରିବାରଙ୍କ ଘରକୁ ନିଆଁ ଲାଗି ଯାଇଥିଲା। ଲୋକଙ୍କ ପାଟି ଶୁଣି ସାହି ଲୋକ ଦମକଳବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ଘଟଣାସ୍ଥଳରେ ସରପଞ୍ଚ, ପ୍ରଶାସନିକ ଅଧିକାରୀ ତହସିଲଦାର ଓ ଆର୍ ଆଇ ପହଞ୍ଚି ସହାୟତା ପ୍ରଦାନ କରି କହିଥିଲେ।

ପୀଡିତ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଆଗକୁ ପ୍ରଶାସନ ପକ୍ଷରୁ ଯାହା ସହାୟତା ପ୍ରଦାନ ହେବ ସବୁ ଦିଆଯିବ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି।