ଘଟଣା ଓ ଦୁର୍ଘଟଣା

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତୀଲା ପୂଜା ମଣ୍ଡପ

By Biswaranjan Pattnaik

October 08, 2022

ଅନୁଗୁଳ: ଆଜି ଦିନ ପ୍ରାୟ ଅଢେଇ ଟା ବେଳେ ଶିମିଳିପଡ଼ା ପଞ୍ଚମୁଖୀ ମାର୍କେଟ ରେ ଥିବା ଏକ ଇଲେକ୍ଟ୍ରିକ ଖୁଣ୍ଟରେ ସର୍ଟ ସର୍କିଟ ଘଟି ନିଆଁ ଲାଗିଥିଲା। ଏହି ନିଆଁ ପାଖରେ ଥିବା ପୂଜା ମଣ୍ଡପରେ ମଧ୍ୟ ଲାଗି ଯାଇଥିଲା। ତେବେ ସେଠାରେ ଉପସ୍ଥିତ ଥିବା କିଛି ଦୋକାନୀ ତୁରନ୍ତ ଟାଟା ପାୱାରକୁ ଖବର ଦେଇ ଲାଇନ କାଟିବା ସହ ନିଆଁକୁ ନିୟନ୍ତ୍ରଣ କରିଥିଲେ।ରବିବାର ଠାରୁ ପ୍ରସିଦ୍ଧ ଲଷ୍ମୀ ପୂଜା ଆରମ୍ଭ ହେଉଥିବା ବେଳେ ଟାଟା ପାୱାର ଓ ପୂଜା କମିଟି ଗୁଡିକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ହେବ।ଦୁର୍ଘଟଣା ଯୋଗୁଁ ସିମିଳିପଡାରେ ଚାରି ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା ।