ଘଟଣା ଓ ଦୁର୍ଘଟଣା

ସର୍ଟସର୍କିଟରୁ ଗୁହାଳରେ ଅଗ୍ନିକାଣ୍ଡ, ମାଲିକ ଗୁରୁତର ଓ ଗୋଟିଏ ଗାଈ ମୃତ

By Angul TV Bureau

July 21, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପଞ୍ଚାୟତ ନରେନ୍ଦ୍ରପୁର ଗାଁରେ ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ବଅଁରପାଳ ପଞ୍ଚାୟତର ନରେନ୍ଦ୍ରପୁର ଗାଁର ମଦନ ଗଡ଼ନାୟକଙ୍କ ପୁଅ ନନ୍ଦକିଶୋର ଗଡ଼ନାୟକ (୫୮) ଘର ପାଖରେ ଗୁହାଳ କରିଥିଲେ। ସେହି ଗୁହାଳ ଭିତରେ ପ୍ରତ୍ୟେକ ଦିନ ପରି ଗତକାଲି ବି ୪ଟି ଗାଈ ରଖି ଶୋଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ସଟ୍ ସର୍କିଟ୍ ଯୋଗୁଁ ଗୁହାଳରେ ଅଗ୍ନିକାଣ୍ଡ ଘଟିଥିଲା। ଏହା ଦେଖି ନନ୍ଦକିଶୋର ସଙ୍ଗେ ସଙ୍ଗେ ଗାଈଙ୍କୁ ଖୋଲି ଦେଇଥିଲେ। ଗାଇଙ୍କୁ ଖୋଲିବା ବେଳେ ନିଜେ ନନ୍ଦକିଶୋର ପୋଡ଼ିଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ଅଗ୍ନିକାଣ୍ଡରେ ଗୋଟିଏ ଗାଈର ମୃତ୍ୟୁ ହୋଇଛି। ଖବର ପାଇ ଆଜି ବଅଁରପାଳ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।